ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଓ ଦେଉଳି ମଠ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଅନୁଷ୍ଠିତ ହୋଇଯାଇଛି

Feb 13, 2024 - 00:14
 0  48
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଓ ଦେଉଳି ମଠ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଅନୁଷ୍ଠିତ ହୋଇଯାଇଛି
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଓ ଦେଉଳି ମଠ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ଅନୁଷ୍ଠିତ ହୋଇଯାଇଛି

ଦେଉଳି ମଠ ଅନୁଷ୍ଠାନ ର ମିଳିତ ସହଯୋଗରେ ଦେଉଳି ମଠ ଠାରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଅନୁ୍ଷ୍ଠିତ ହୋଇ ଯାଇଛି, ଏହି କାର୍ଯ୍ୟକ୍ରମ ରେ କାକଟପୁର ମା ମଙ୍ଗଳା ମନ୍ଦିର ର ମୁଖ୍ୟ କୈଳାସ ଦାସ,ପାଞ୍ଚରାତ୍ର ଅନୁଷ୍ଠାନ ର ଉପ ସଭାପତି ବୈକୁଣ୍ଠନାଥ ମହାପାତ୍ର,କୋଷାଧ୍ୟକ୍ଷ ଗୌରାଙ୍ଗ ଚରଣ ନାୟକ ପରିଚାଳନା ସମ୍ପାଦକ ନାରାୟଣ ମହାପାତ୍ର, ସଦସ୍ୟ ବଂଶୀଧର ନାୟକ ତ୍ରିଲୋଚନ ନାୟକ ଓ ଦେଉଳି ମଠ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ, ସାଧରଣ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ ଙ୍କ ସ୍ୱାସ୍ଥ୍ୟ ଶୀଘ୍ର ଭଲ ହୋଇ ଯିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ସମସ୍ତେ କାମନା କରି ଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ସ୍କନ୍ଦ ପୁରାଣ ଓ ଶ୍ରୀକ୍ଷେତ୍ର ମାହାତ୍ମ୍ୟ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟ ରେ ସମସ୍ତ ବିଷୟ ରେ ସମସ୍ତଙ୍କୁ ସୂଚନା ଦେଇଥିଲେ, ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୨୪ ବେଶ ଅତି ସୁନ୍ଦର ଭାବରେ ସଜା ହୋଇଅଛି, ପାଖ ଆଖ ଅଂଚଳର ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ରହି ମହାପ୍ରଭୁ ଙ୍କ ବିଭିନ୍ନ ବେଶ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ନିମନ୍ତେ କରାଯାଉ ଥିବା ଏହି ପାଞ୍ଚରାତ୍ର ଓ ୨୪ ବେଶ କାର୍ଯ୍ୟକ୍ରମ କୁ ବହୁ ସଂଖ୍ୟାରେ ଦର୍ଶକମାନେ ଯୋଗ ଦେଇ ଥିଲେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ଓ ପ୍ରସାର ସମିତି ଓଡିଶା.....

What's Your Reaction?

like

dislike

love

funny

angry

sad

wow