ଅସହାୟ ହେଇ ପଡିଛି ବିଜେଡି ଦଳ :-ମେଣ୍ଟରେ କରିବାକୁ ହେଲେଣି ଉଚ୍ଛନ୍ନ, ରାଜ୍ୟବାସୀଙ୍କୁ ଦେଇପାରୁନି ଯଥାର୍ଥତା ର କାରଣ

Mar 6, 2024 - 23:30
 0  39
ଅସହାୟ ହେଇ ପଡିଛି ବିଜେଡି ଦଳ :-ମେଣ୍ଟରେ କରିବାକୁ ହେଲେଣି ଉଚ୍ଛନ୍ନ, ରାଜ୍ୟବାସୀଙ୍କୁ ଦେଇପାରୁନି ଯଥାର୍ଥତା ର କାରଣ

ଅସହାୟ ବିଜେଡି : ମେଣ୍ଟରେ ମିଶିବାକୁ ଉଚ୍ଛନ୍ନ, ରାଜ୍ୟବାସୀଙ୍କୁ ଦେଇପାରୁନି ଯଥାର୍ଥ କାରଣ

ବିଜେଡି ଦ୍ୱାରା ଇଂରାଜୀ ଭାଷାରେ ଜାରି ପ୍ରେସ୍ ରିଲିଜରେ ଉଲ୍ଲେଖ ରହିଛି ଯେ, “୨୦୩୬ ମସିହା ସୁଦ୍ଧା ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂରଣ ହେବ । ବିଜେଡି ଓ ମୁଖ୍ୟମନ୍ତ୍ରୀ ଏହି ସମୟସୁଦ୍ଧା ପ୍ରମୁଖ ମାଇଲଖୁଂଟ ହାସଲ କରିବେ ।ଦୀର୍ଘ ୧୫ବର୍ଷ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଫେରିବ ବିଜେଡି । କିନ୍ତୁ ପୁଣିଥରେ ବିଜେପିର ସହଯୋଗୀ ହୋଇ କିଭଳି ନିର୍ବାଚନ ମଇଦାନକୁ ଯିବ ଓ କେଉଁ କାରଣ ପାଇଁ ବିଜେପି ସହ ଆସନ ବୁଝାମଣା କରିବାକୁ ବିଜେଡି ବାଧ୍ୟ ହେଲା ତା’ର ବଳିଷ୍ଠ କାରଣ ଦେବାରେ ବିଜେଡି ବିଫଳ ହୋଇଛି । ଏପରିକି ରାଜ୍ୟର ଲକ୍ଷ ଲକ୍ଷ ଦଳୀୟ ସମର୍ଥକମାନଙ୍କୁ କ’ଣ କହିକି ବିଜେପି ସହ ମେଂଟର ଘୋଷଣା କରିବ ତାକୁ ନେଇ ବିଜେଡି ରଣନୀତିକାରମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିଜେଡି ପକ୍ଷରୁ ଯେଉଁ ପ୍ରେସ୍ ରିଲିଜ୍ ଜାରି ହୋଇଛି ତାହା ହିଁ ବିଜେଡିର ଅସହାୟତାକୁ ପଦାରେ ପକାଇ ଦେଇଛି । ଆଉ ୨୪ ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ନିଜର ପକ୍ଷ ରଖିବାକୁ କିଭଳି ଶସ୍ତା, ଅପରିପକ୍ୱ ଓ ଲୋକଙ୍କୁ ଭୁଆଁ ବୁଲାଇବା ଭଳି କାରଣ ଦେଉଛି ତା’ର ସନ୍ଦେଶ ମଧ୍ୟ ମିଳିଛି ।

ଦୀର୍ଘ ପ୍ରାୟ ଦେଢ଼ ମାସରୁ ଅଧିକ ସମୟ ଧରି ବିଜେପି ଓ ବିଜେଡି ମଧ୍ୟରେ ମେଂଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଉଭୟ ଦଳର ବରିଷ୍ଠ ନେତାମାନେ ଭିନ୍ନ ଭିନ୍ନ ଭାବେ ପ୍ରଥମ ଥର ଏନେଇ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। ଦିଲ୍ଲୀରେ ବିଜେପି କୋର୍ ଟିମ୍ ସହ ରାଜ୍ୟର ବିଜେପି ନେତାମାନେ ବିଚାରବିମର୍ଶ କରିଛନ୍ତି। ଆଉ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାମାନଙ୍କ ସହ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଖାସ୍ ଅନୁଗତ ଭିକେ ପାଣ୍ଡିଆନ ଆଲୋଚନା କରିଛନ୍ତି । ଦୁଇ ଦଳର ନେତାମାନଙ୍କ ସହ ସେମାନଙ୍କର ଦଳର ଶୀର୍ଷ ନେତୃତ୍ୱ ଆଲୋଚନା ପରେ ଗଣମାଧ୍ୟମକୁ ଯେଉଁ ବିବୃତ୍ତି ଦିଆଯାଇଛି ତାହା ବି ଶାସକ ବିଜେଡିର ଅସହାୟତାକୁ ପଦାରେ ପକାଇ ଦେଇଛି ।

What's Your Reaction?

like

dislike

love

funny

angry

sad

wow