ଚାକିରୀ ସୁରକ୍ଷା , ନିଯୁକ୍ତି ସର୍ତ୍ତIବଳି ଆଦି ଦାବି ନେଇ ଭୋକେସନାଲ ଟ୍ରେନର୍ସ ସଂଘ ର ବିକ୍ଷୋଭ ଓ ଧାରଣା

Feb 24, 2024 - 17:46
 0  360
ଚାକିରୀ ସୁରକ୍ଷା , ନିଯୁକ୍ତି ସର୍ତ୍ତIବଳି  ଆଦି ଦାବି ନେଇ ଭୋକେସନାଲ ଟ୍ରେନର୍ସ ସଂଘ ର ବିକ୍ଷୋଭ ଓ ଧାରଣା

ରାଜ୍ୟ ରେ ୨0୧୬ ରୁ ଭୋକେସନାଲ ଶିକ୍ଷା ଆରମ୍ଭ ହୋଇ 7 ବର୍ଷ ଅତିକ୍ରାନ୍ତ ହୋଇଛି. କାର୍ଯ୍ୟରତ ୨୧୨୨ ଜଣ ଭୋକେସନାଲ ପ୍ରଶିକ୍ଷକ (VT) ଏବେମଧ୍ୟ ବିଭିନ୍ନ ସମସ୍ୟା ଭିତରେ ଅଛନ୍ତି.

୧. ଚାକିରୀ ସୁରକ୍ଷା ଓ ନିଯୁକ୍ତି ର ଉପଯୁକ୍ତ ସର୍ତ୍ତାବଳି

୨. ବେଆଇନ ଭାବେ ଛଟେଇ ହୋଇଥିବା ଭୋକେସନାଲ ପ୍ରଶିକ୍ଷକ ଙ୍କ ପୁନଃ ନିଯୁକ୍ତି.

ଉପରୋକ୍ତ ବିଷୟ କୁ ନେଇ ସଂଘ ବିଭିନ୍ନ ସମୟ ରେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ବିଭାଗୀୟ ମନ୍ତ୍ରୀ ଓ ପ୍ରଭାବଶାଳୀ ନେତୃ ବୃନ୍ଦ ଙ୍କ ଆଗରେ ଉପସ୍ଥାପନା ଓ ଧାରଣା ବିକ୍ଷୋଭ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ.

ଉପରୋକ୍ତ ଦାବି ଗୁଡିକୁ ଏକ ନିର୍ଦ୍ଧିଷ୍ଟ ନିୟମ ପ୍ରଣୟନ କରି ଭୋକେସନାଲ ଟ୍ରେନର ମାନଙ୍କ ଅସୁବିଧା ଗୁଡିକୁ ପ୍ରତିହତ କରିବା ପାଇଁ ଓ ଏଇ ସବୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଭୋକେସନାଲ ପ୍ରଶିକ୍ଷକ ମାନେ ଶାନ୍ତିପୂର୍ଣ ବିକ୍ଷୋଭ, ଗଣ ଧାରଣା ଜାରି ରଖିବେ.

What's Your Reaction?

like

dislike

love

funny

angry

sad

wow