ସନି ଲିଓନିଙ୍କ ଦ୍ଵାରା ଷ୍ଟାର ଷ୍ଟ୍ରକ୍ ଉତ୍ପାଦର ଶୁଭାରମ୍ଭ/ ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନି

Jul 2, 2024 - 11:35
 0  8
1 / 1

1.

ଭୁବନେଶ୍ୱର: ଜୁଲାଇ ପହିଲାରେ ଭୁବନେଶ୍ୱରରେ ସନ୍ନି ଲିଓନିଙ୍କ ଷ୍ଟାର ଷ୍ଟ୍ରକ୍ ମେକଅପ୍ ବ୍ରାଣ୍ଡକୁ ରୁପାଲି ଛକ ସ୍ଥିତ ବ୍ରାଇଡଲ ମଲ୍ ଓ ଉତ୍କଳ କନିକା ଗାଲେରିଆ ମଲ୍ ଓ ଡିଏନ୍ ରେଗାଲିଆ ମଲ୍ ସେଲୁନରେ ଶୁଭାରମ୍ଭ କରାଯାଇଛି।

ସନ୍ନି ଲିଓନି ଏବଂ ଶ୍ରୀ ଡାନିଏଲ ୱେବର ଇଣ୍ଡଲଜ ଆଉଟଲେଟ୍ ପରିଦର୍ଶନ କରିଥିଲେ ଏବଂ ଇଣ୍ଡଲଜର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକଙ୍କ ସହ ଷ୍ଟାର ଷ୍ଟ୍ରକ ଉତ୍ପାଦଗୁଡ଼ିକର ଶୁଭାରମ୍ଭ କରିଥିଲେ। ଏହି ସମାରୋହରେ ଓଡ଼ିଶାର ବିଶିଷ୍ଟ ଅତିଥି ଓ ଗ୍ରାହକମାନେ ଯୋଗଦେଇ ସନ୍ନି ଲିଓନିଙ୍କ ସହ ଆଲୋଚନା କରିବା ସହ ଲାଇଭ ଡେମୋ ଜରିଆରେ ଉତ୍ପାଦର ଗୁଣବତ୍ତା ଦେଖିଥିଲେ।

ସନ୍ନି ଲିଓନି ନିଜର ମେକଅପ୍ ଉତ୍ପାଦ ବିଷୟରେ ସୂଚନା ପ୍ରଦାନ କରିଥିଲେ, ଅତିଥିମାନଙ୍କୁ ହାମ୍ପର ପ୍ରଦାନ କରିଥିଲେ ଏବଂ ଏକ ଅତ୍ୟନ୍ତ ଭବ ବିନିମୟ ଅଧିବେଶନ ମାଧ୍ୟମରେ ଅତିଥିଙ୍କ ସହ ଯୋଡ଼ି ହୋଇଥିଲେ।

ଶ୍ରୀ ଡାନିଏଲ ୱେବର ବ୍ରାଣ୍ଡ୍ ପଛରେ ଥିବା ଉତ୍ସାହ ଏବଂ ସାମଗ୍ରୀ ସଂଗ୍ରହ, ଉତ୍ପାଦନ, ପରୀକ୍ଷଣ, ପ୍ୟାକେଜିଂ ଇତ୍ୟାଦିରେ ସମ୍ପୃକ୍ତିର ସ୍ତର ବିଷୟରେ ବର୍ଣ୍ଣନା କରିଥିଲେ, କାରଣ ସନ୍ନି ଗୁଣବତ୍ତା ଏବଂ ନିରାପତ୍ତା ପ୍ରତି ବହୁତ ସଚେତନ ଅଟନ୍ତି ବୋଲି ସେ କହିଥିଲେ।

ଷ୍ଟାର ଷ୍ଟ୍ରକ୍ ଉତ୍ପାଦଗୁଡ଼ିକର ମୂଲ୍ୟ ୩୯୯ ଠାରୁ ଆରମ୍ଭ ହୋଇଛି ଯାହା ଏହାକୁ ଅଧିକାଂଶ ଗ୍ରାହକଙ୍କ ପାଖରେ ପହଞ୍ଚାଇଛି।

ଦୁବାଇ, ଆବୁଧାବି, ଲଣ୍ଡନ, ମୁମ୍ବାଇ, ବାଙ୍ଗାଲୋର ଆଦି ସ୍ଥାନରେ ଷ୍ଟାର ଷ୍ଟ୍ରକର ଉନ୍ମୋଚନ ହୋଇଛି। ଓଡ଼ିଶାର ସବୁଠାରୁ ବିଶ୍ୱସ୍ତ ସେଲୁନ୍ ବ୍ରାଣ୍ଡ ହେଉଛି ଇଣ୍ଡଲଜ ଏବଂ ଓଡ଼ିଶାରେ ଷ୍ଟାର୍ ଷ୍ଟ୍ରକ ଉନ୍ମୋଚନ କରିବା ପାଇଁ ଏହା ପ୍ରଥମ ପସନ୍ଦ ବୋଲି ସନ୍ନି କହିଥିଲେ।

ଉତ୍ପାଦ ନିରାପତ୍ତା, ତ୍ୱଚା ଅନୁକୂଳ ଉପାଦାନ, ଦୈନନ୍ଦିନ ବ୍ୟବହାର ଉପଯୋଗୀ ମେକଅପ୍, ସୁଲଭ ମୂଲ୍ୟ, ବିଭିନ୍ନ ବୟସ ଓ ବର୍ଗ ପାଇଁ ଉପାଦେୟତା, ସ୍କିନ ଟୋନ୍ ଏବଂ ଫଳାଫଳ ଭିତ୍ତିକ ଅନେକ ଦିଗକୁ ସମ୍ବୋଧିତ କରିବା ପାଇଁ ସୁକିର୍ତ୍ତି ପଟ୍ଟନାୟକ ସନ୍ନି ଲିଓନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶା ଗସ୍ତ କରି ସ୍ୱତନ୍ତ୍ର ଭାବେ ସହଯୋଗ କରିଥିବାରୁ ସେ ସନ୍ନିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସନ୍ନି ଲିଓନି ଏବଂ ଡାନିଏଲ ସୁକୀର୍ତ୍ତିଙ୍କୁ ତାଙ୍କର ଗ୍ରାହକ ପ୍ରଥମ ଆଭିମୁଖ୍ୟ ଏବଂ ଷ୍ଟାର ଷ୍ଟ୍ରକ୍ ଉତ୍ପାଦ ଉପରେ ବିଶ୍ୱାସ ପାଇଁ ପ୍ରଶଂସା କରିଥିଲେ। ସନ୍ନି ଲିଓନି ଓ ସୁକୀର୍ତ୍ତି ପଟ୍ଟନାୟକଙ୍କ ସହଯୋଗ ଓଡ଼ିଶା ବଜାରରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବ।

ଏହି ଉତ୍ପାଦ ଉନ୍ମୋଚନକୁ ନେଇ ସୁଶିସ୍ମିତା ମହାନ୍ତି ଓ ସଲୋନୀ କୁମାରୀ ଉତ୍ସାହ ପ୍ରକାଶ କରିବା ସହ ଗ୍ରାହକଙ୍କ ସହ ସକାରାତ୍ମକ ସମୀକ୍ଷା ବାଣ୍ଟିଥିଲେ ।

ଗ୍ରାହକମାନେ ଇଣ୍ଡଲଜ ସେଲୁନରେ ଷ୍ଟାର୍ ଷ୍ଟ୍ରକ୍ ଉତ୍ପାଦର ଉପାଦେୟତା ଲାଭ କରିପାରିବେ ଏବଂ ସ୍ୱତନ୍ତ୍ର

ଅଫର ପାଇପାରିବେ।

What's Your Reaction?

like

dislike

love

funny

angry

sad

wow