ଦିଲ୍ଲୀ ରୁ ଫେରିଲା ପରେ ବି ହେଇ ପାରିଲାନି ମେଣ୍ଟ

Mar 10, 2024 - 20:13
 0  35
ଦିଲ୍ଲୀ ରୁ ଫେରିଲା ପରେ ବି ହେଇ ପାରିଲାନି ମେଣ୍ଟ

ଦିଲ୍ଲୀ ଯାଇ ଫେରିଲେଣି ରାଜ୍ୟ ବିଜେଡିର ଦୁଇ ବଡ ଚେହେରା । ତେବେ ମେଣ୍ଟ ଚର୍ଚ୍ଚା ଏକରକମ ଫାଇନାଲ ହୋଇ ଯାଇଥିଲେ ହେଁ କାହିଁକି ଘୋଷଣା ହେଇପାରୁନି ଆଉ କେଉଁଠି କେଁ ରହୁଛି ତା’କୁ ନେଇ ଦିନକୁ ଦିନ ସସପେନ୍ସ ଜାରି ରହିଛି। ଏପଟେ ଦିଲ୍ଲୀ ରୁ ଫେରି ରାଜ୍ୟ ସଭାପତି କହୁଛନ୍ତି ମେଣ୍ଟ କୁ ନେଇ କିଛି ଆଲୋଚନା ହେଇନି। କିନ୍ତୁ କିଛି ନେତା କହୁଛନ୍ତି ଘୋଷଣା ହେବା ଲାଗି ଦିନ ବିତୁଛି ହେଲେ ଘୋଷଣା ହୋଇ ପାରୁନାହିଁ।

ଶୁଣିବାକୁ ମିଳୁଛି ଦୁଇ ଦଳ ମେଣ୍ଟ ପାଇଁ ପୂରାପୂରି ଭାବେ ରାଜି । କେନ୍ଦ୍ରୀୟ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏଥିପାଇଁ ରାଜି । କିନ୍ତୁ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ମଧ୍ୟରେ କେଁ ରହିଥିବା କୁହାଯାଉଛି । ମେଣ୍ଟ ହେଲେ କାହାକୁ କେତେ ସିଟ ମିଳିବ ସେ ନେଇ ଭାଗ ଛିଡୁ ନ ଥିବା ସୂଚନା ମିଳିଛି। ମେଣ୍ଟ ନେଇ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହେଉଥିବା ବେଳେ ସେହି ସମାନ କଥା ଚର୍ଚ୍ଚା ହେଉଛି ଯେ, ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇ ପାରୁନି । ଯେଉଁଥି ପାଇଁକି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି ।

ଯାହା ଚର୍ଚ୍ଚା ହେଉଛି ଯେ, ବିଜେଡି ଦୁଇଟି ବଡ ଏବଂ ଚର୍ଚ୍ଚିତ ଲୋକସଭା ଆସନ ଛାଡିବାକୁ ଚାହୁଁନି । ଆଉ ସେହି ଦୁଇ ଆସନ ହେଉଛି ପୁରୀ ଏବଂ ଭୁବନେଶ୍ବର । ପୁରୀ ଆସନ ବିଜେଡି ପାଖରେ ଥିବାବେଳେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଭାଜପା ପାଖରେ ରହିଛି । ପୁରୀ ଏବଂ ଭୁବନେଶ୍ବର ଲୋକସଭା ଆସନ ଛାଡିବାକୁ ଚାହୁଁନି ଭାରତୀୟ ଜନତା ପାର୍ଟି । କେବଳ ସେତିକି ନୁହେଁ ୧୦୦ରୁ ଅଧିକ ବିଧାନସଭା ଆସନ ଲଢ଼ିବାକୁ ଚାହୁଁଛି BJD । କିନ୍ତୁ ଏଥିପାଇଁ BJP ରାଜି ନ ଥିବା କୁହାଯାଉଛି ।

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ମେଣ୍ଟ ହେଲେ ବିଧାନସଭା ସିଟ ୯୮:୪୯ରେ ଭାଗ କରିବାକୁ ଚାହୁଁଛି ଭାଜପା । ଅର୍ଥାତ ବିଜେଡି ୯୮ଟି ସିଟ ଏବଂ ଭାଜପା ୪୯ଟି ସିଟ ନେବାକୁ ଚାହୁଁଛି । ସେପଟେ ଲୋକସଭାରେ ଭାଜପା ୧୪ଟି ଏବଂ ବିଜେଡି ୭ଟି ସିଟ ଲଢିବାକୁ ଚାହୁଁଛି । କିନ୍ତୁ ଏଥିରେ ମଧ୍ୟ ରାଜି ହେଉନି ବିଜେଡି । ଆସନ ବୁଝାମଣା ନେଇ ଅଙ୍କ ଛିଡ଼ୁ ନ ଥିବାରୁ ଡେରି ହେଉଛି। ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଓଡ଼ିଶା ଆସୁଥିବାବେଳେ ସେଦିନ ମେଣ୍ଟ ଘୋଷଣା ହେଇପାରେ ବୋଲି ଚର୍ଚ୍ଚା ହେଉଛି।

What's Your Reaction?

like

dislike

love

funny

angry

sad

wow