ରାଜଧାନୀ ଭୁବନେଶ୍ୱର ରେ ଖୋଲିଲା କଳସ ରେଷ୍ଟୁରାଣ୍ଟ ର ଶୁଭାରମ୍ଭ

Apr 18, 2024 - 23:46
 0  35
ରାଜଧାନୀ ଭୁବନେଶ୍ୱର ରେ ଖୋଲିଲା କଳସ ରେଷ୍ଟୁରାଣ୍ଟ ର ଶୁଭାରମ୍ଭ

ରାଜଧାନୀ ବାସିନ୍ଦା ଖାଦ୍ୟ ଏବଂ ପୋଷାକ ଉପରେ ଅଧିକ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳେ l ଚାକଚକ୍ୟ ଦୁନିଆରେ ମଣିଷ ଭଲ ଖାଇବାକୁ ପ୍ରଥମେ ପସନ୍ଦ କରେ ତା'ସହିତ ସଠିକ ଜାଗା ଟିଏ ମଧ୍ୟ ସନ୍ଧାନ କରିଥାଏ l ସେମିତି ଏକ ସଠିକ ସ୍ଥାନ ଭୁବନେଶ୍ୱର ର ମଧ୍ୟ ଭାଗ କୁହାଯାଉଥିବା ଖାରବେଳ ନଗର ଠାରେ ଥିବା ସୁପ୍ରସିଦ୍ଧ ହୋଟେଲ ଏଚ୍.ଏଚ୍.ଆଇ ରେ ଆଜି ଶୁଭାରମ୍ଭ ହେଲା "କଳସ" ନାମକ ଏକ ଇଣ୍ଡିଆନ ସୁପର ସ୍ପେଶାଲିଟି ବିଳାସପୂର୍ଣ୍ଣ ରେଷ୍ଟୁରାଣ୍ଟ l ଯେଉଁଠାରେ ଆମ ଉତ୍ତର ଭାରତର ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି l ଚିକେନ୍ କବାବ୍ସ, ମଟନ ଗଲୋଟି କବାବ୍ସ, ଚିକେନ୍ ଭରୱା ଟାଙ୍ଗଡି କବାବ୍ସ, ଚିକେନ ଟିକା, ରେଶ୍ମି ଟିକା, କାଲମିରି ଟିକା, ସାଧା ଆଇଟମ୍ସ ରେ ଦହି କବାବ ସହିତ ଅନେକ ପ୍ରକାର ସାଧା ଖାଦ୍ୟ, ଅନେକ ଆମିଷ, ନିରାମିଷ ବିରିୟାନୀ, ବିଭିନ୍ନ ପ୍ରକାରର ଭାରତୀୟ ବ୍ରେଡ଼

ଆଦି ଭଳିକି ଭଳି ମୁଖ୍ୟ ଖାଦ୍ୟ ଭାବରେ ପରସା ଯିବ l 

ଦ୍ଵିତୀୟ ରେ ଆକ୍ୱା ବାର୍ ର ମଧ୍ୟ ସୁବିଧା ଅଛି ଯେଉଁଠି ଗ୍ରାହକ ପୁଲ୍ ଏବଂ ବାର୍ ର ସୁବିଧା ସହିତ ବହୁତ ରୋମାଣ୍ଟିକ ପରିବେଶ ପାଇ ପାରିବେ l ତା'ସହିତ କକ୍ଟେଲ ମକଟେଲ ଡ୍ରିଂକ୍ସ ର ଭରପୁର ମଜ୍ଜା ନେଇପାରିବେ l ହାପି ଆୱାର୍ସରେ ବିଭିନ୍ନ ଅଫର ର ଫାଇଦା ମଧ୍ୟ ଗ୍ରାହକ ପାଇପାରିବେ ଯେମିତିକି ଗୋଟିଏ କିଣିଲେ ଗୋଟିଏ ମାଗଣା l ଆଉ କେଉଁଥିରେ ୫୦ ପ୍ରତିଶତ ରିହାତି ରହିଛି l 

ତେବେ ରାଜଧାନୀର ଗ୍ରାହକମାନେ କଳସ ରେଷ୍ଟୁରାଣ୍ଟ କୁ ଆସନ୍ତୁ ଏବଂ ସମସ୍ତ ସୁବିଧା କୁ ଉପଭୋଗ କରନ୍ତୁ ବୋଲି ମାଲିକ ସାଦର ନିମନ୍ତ୍ରଣ ଜଣାଇଛନ୍ତି l

What's Your Reaction?

like

dislike

love

funny

angry

sad

wow