ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଅବସରରେ ହିନ୍ଦୀ ଓ ଓଡ଼ିଆ ଭଜନ ଲୋକାର୍ପଣ

Jul 8, 2024 - 09:29
 0  30
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଅବସରରେ    ହିନ୍ଦୀ ଓ ଓଡ଼ିଆ ଭଜନ ଲୋକାର୍ପଣ

ଶ୍ରୀଜଗନ୍ନାଥ ଙ୍କ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଓ ପଵିତ୍ର ରଥଯାତ୍ରା ନିମନ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ, ଏହି ଅବସରରେ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ,ଉପଦେଷ୍ଟା ରାଧାବଲ୍ଲଭ ସିଂ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ଉପ ସଭାପତି ବୈକୁଣ୍ଠ ମହାପାତ୍ର ଓ ସଂଗଠନସମ୍ପାଦକ ଡ଼ ନାରାୟଣ ମହାପାତ୍ର ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ସଭାରେ ଶ୍ରୀ ଜଗନ୍ନାଥ ଙ୍କ ଦୁଇଟି ହିନ୍ଦୀ ଭଜନ ଓ ଦୁଇଟି ଓଡ଼ିଆ ଭଜନ ଲୋକାର୍ପଣ କରାଯାଇଛି , ହିନ୍ଦୀ ଭଜନ ବୋଲ ଜୟ ଜଗନ୍ନାଥ.. ଜୟ ଜଗନ୍ନାଥ. ରଚନା ଓ କଣ୍ଠ ଅନାମିକା ସ୍ୱାଇଁ ପଟ୍ଟନାୟକ, ହିନ୍ଦୀ ଭଜନ ଜୟ ଶ୍ରୀ ଜଗନ୍ନାଥ ଜୀ.. ରଚନା ସନ୍ତୋଷ ମିଶ୍ର -କଣ୍ଠ- କେ ଲଷ୍ମୀ ନାରାୟଣ, ଓଡ଼ିଆ ଭଜନ କାହିଁ କେତେ ଦୂରେ ରହିଛ ହେ ବନ୍ଧୁ.. ରଚନା ଡ଼ ସୁକାନ୍ତି ତ୍ରିପାଠୀ, କଣ୍ଠ -କେ ଲଷ୍ମୀ ନାରାୟଣ, ଓଡ଼ିଆ ଭଜନ ଆହେ ଭକତେ..ଖୋଲ ନେତ୍ର... କଣ୍ଠ ଭାରତୀ ଭୂଷଣ ପଟ୍ଟନାୟକ ଏହି ପାରି 4ଗୋଟି ଭଜନ ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀଚରଣ ରେ ଲୋକାର୍ପଣ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ତ୍ରିଲୋଚନ ନାୟକ ବଂଶୀଧର ନାୟକ ଶ୍ରୀନିବାସ ରାଓ, ରାହୁଲ ପଲେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ,ପବିତ୍ର ନବଯୌବନ ଦର୍ଶନ ଓ ରଥଯାତ୍ରା ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଭଜନ ବୋଳିଥିବା କଳାକାର ମାନେ ମଧ୍ୟ ଯୋଗ ଦେଇଥିଲେ,ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଅନୁଷ୍ଠାନ ପକ୍ଷରୁ ଅଶନ୍ତା 10.7.24 ସକାଳ 10ଘଟିକା ରେ "ବୁଲନ ଭାଉ ମଣ୍ଡପ" ମାଷ୍ଟର କ୍ୟାଣ୍ଟିନ,ଭୁବନେଶ୍ୱର,ଗ୍ରୀନ ଚି଼ଲ୍ଲୀ ଫାଷ୍ଟ ଫୁଡ଼ ପଛରେ ଏକ ଚୁଡା ଦହି ଉତ୍ସବ ଓ ପାରମ୍ପରିକ ଭଜନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଚୁଡା ଭଜା ଚୁଡା କଦମ୍ବା ଚୁଡା ଖିରି, ଚୁଡା ଘସା, ଚୁଡା ରାଇତା ପ୍ରତିଦିନ ଭୋଗ ରେ ଖାଉଛନ୍ତି,ଆମ ଗୁରୁଜନ ମାନେ ମଧ୍ୟ ଚୁଡା ଖାଉଥଲେ, ଧୀରେ ଧୀରେ ଆମେ ଆମର ଭଲ ଖାଦ୍ୟ ଥାଉ ଥାଉ ବିଦେଶୀ ଖାଦ୍ୟ ଖାଇବାକୁ ଲାଗିଛୁ, ପୁଣି ଥରେ ଏହି ଚୁଡା ଖାଦ୍ୟ ର ବହୁଳ ବ୍ୟବହାର ନିମନ୍ତେ ଆମର ଏହା ଏକ ସ୍ୱତନ୍ତ୍ର ପ୍ରଚେଷ୍ଟା, ଏହି କାର୍ଯ୍ୟକ୍ରମ ରେ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା, ଛପନ ଭୋଗ ର ମୁଖ୍ୟ ଶ୍ରୀ ବିଶ୍ୱନାଥ ସାମନ୍ତରାୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, ଏହି କାର୍ଯ୍ୟକ୍ରମ ରେ ଆପଣ ମାନେ ଯୋଗ ଦେବାକୁ ସାଦର ନିମନ୍ତ୍ରଣ, ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ପ୍ରଚାର ସମିତି ଓଡିଶା

What's Your Reaction?

like

dislike

love

funny

angry

sad

wow