ଲୋକଙ୍କ ପାଇଁ ଖୁସି ଖବର, କମିଲା ସିଏନଜିର ମୂଲ୍ୟ

Mar 6, 2024 - 10:34
 0  35
ଲୋକଙ୍କ ପାଇଁ ଖୁସି ଖବର, କମିଲା ସିଏନଜିର ମୂଲ୍ୟ

ନିର୍ବାଚନ ଆୟୋଗ ଏହି ମାସରେ ଯେକୌଣସି ସମୟରେ ଦେଶରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି । ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି, ଯାହା ହେଉଛି CNG ର ମୂଲ୍ୟ କିଲୋଗ୍ରାମରେ ୨.୫ଟଙ୍କା ପର୍ଯ୍ୟନ୍ତ ହ୍ରାସ । ଯେଉଁଠି ସବୁ ଦର ହୁ ହୁ ହେଇ ବଢୁଛି , ସିଏନଜି ମୂଲ୍ୟରେ ଏହି ହ୍ରାସ ସମଗ୍ର ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।

ସରକାରୀ କମ୍ପାନୀ ମହାନଗର ଗ୍ୟାସ ଲିମିଟେଡ୍ (MGL) ସିଏନଜି ର ମୂଲ୍ୟ କିଲୋଗ୍ରାମ ୨.୫ ଟଙ୍କା ହ୍ରାସ କରିଛି। ଏହା ପରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୭ ୩ .୫୦ ଟଙ୍କାକୁ ଖସି ଆସିଛି। MGL ମୁଖ୍ୟତଃ ଦେଶର ଆର୍ଥିକ ରାଜଧାନୀରେ ସିଏନଜି ଯୋଗାଇଥାଏ ଏବଂ ବିକ୍ରି କରେ।

ମଙ୍ଗଳବାର ସନ୍ଧ୍ୟାରେ ସିଏନ୍ଜି ମୂଲ୍ୟ ହ୍ରାସ ସମ୍ପର୍କରେ ସୂଚନା ଦେଇ MGL ଏକ ବିବୃତ୍ତି ଜାରି କରିଛି। ଏହା ମଧ୍ୟ କୁହାଯାଇଛି ଯେ ଗ୍ୟାସର ଉତ୍ପାଦନ ମୂଲ୍ୟ ହ୍ରାସ ପାଇଛି, ଯେଉଁ କାରଣରୁ ସିଏନଜି ମୂଲ୍ୟ ହ୍ରାସ ପାଇଛି। ମାର୍ଚ୍ଚ ୫ ତାରିଖ ମଧ୍ୟରାତ୍ରିରୁ ଏହି ନୂତନ ମୂଲ୍ୟ କାର୍ଯ୍ୟକାରୀ ହେବ। ଉତ୍ପାଦନ ମୂଲ୍ୟ ହ୍ରାସ ହେତୁ ଆଗାମୀ ଦିନରେ ଦେଶର ଅନ୍ୟ ଅଞ୍ଚଳରେ ସିଏନଜି ମୂଲ୍ୟ ହ୍ରାସ ହେବାର ଆଶା ବୃଦ୍ଧି ପାଇଛି।

ଦେଶର ରାଜଧାନୀ ସମେତ ମୁମ୍ବାଇରେ ସିଏନଜି ମୂଲ୍ୟ ହ୍ରାସ ହେବାର ଖବର ରହିଛି। କିନ୍ତୁ ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ (ଏନସିଆର) ସିଏନଜି ର ମୂଲ୍ୟ ସ୍ଥିର ରହିଛି। ଏହା ସମ୍ଭବ ଯେ ପରେ ଗ୍ୟାସ ମୂଲ୍ୟ ଏଠାରେ ହ୍ରାସ ହୋଇପାରେ ।

ବର୍ତ୍ତମାନ ଦିଲ୍ଲୀରେ ସିଏନଜିର ମୂଲ୍ୟ କିଲୋଗ୍ରାମ ପାଇଁ ୭୬.୫୯ ଟଙ୍କା । ଏହା ବ୍ୟତୀତ ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହି ମୂଲ୍ୟ କିଲୋଗ୍ରାମ ପାଇଁ ୮୧.୨୦ ଟଙ୍କା ।

What's Your Reaction?

like

dislike

love

funny

angry

sad

wow