ଶ୍ରୀଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ହରିଦ୍ଵାର ରେ ନିର୍ମାଣ ଧିନ ଜଗନ୍ନାଥ ମନ୍ଦିର ପାଇଁ ଭାଗବତ ଗୀତା ପାଠଚକ୍ର ଓ ସାହାଯ୍ୟ ସହଯୋଗ ନିମନ୍ତେ ଆଲୋଚନା ଚକ୍ର ଅନୁଷ୍ଠିତ

Feb 22, 2024 - 15:21
 0  35

ଶ୍ରୀ ଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ ହରିଦ୍ଵାର ପକ୍ଷରୁ କରାଯାଉଥିବା ଜଗନ୍ନାଥ ମନ୍ଦିର ନିମନ୍ତେ ଗୀତା ପାଠଚକ୍ର ଓ ନିର୍ମାଣ ନିମନ୍ତେ ସାହାଯ୍ଯ ଓ ସହଯୋଗ କରିବାକୁ ଏକ ଆଲୋଚନା ଚକ୍ର ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ସମର୍ପଣ କରା ଯାଇ "ଆମେ ଓଡ଼ିଆ ଆମ ମହାପ୍ରଭୁ ଭାରି ବଢିଆ" ଭଜନ ମଧ୍ଯ ରେକର୍ଡିଂ କରାଯାଇ ଲୋକାର୍ପଣ କରାଯାଇ ଥିଲା, ସମ୍ପାଦକ ସନ୍ତୋଷ ମିଶ୍ର ଙ୍କ ଲିଖିତ ଓ ସ୍ଵର କେ ଲକ୍ଷ୍ମୀନାରାୟଣ କରିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାୟ ସମସ୍ତ କାର୍ଯ୍ୟକ୍ରମ ଏହି ଭଜନ ରେ ରଖିବାକୁ ଚେଷ୍ଟା କରାଯାଇଛି, ପରେ ପରେ ଟ୍ରଷ୍ଟ ପକ୍ଷରୁ ସମୁହ ଭାଗବତ ଗୀତା ପଢାଯାଇ ଥିଲା, ତତ ପରେ ଜଗନ୍ନାଥ ମନ୍ଦିର ନିର୍ମାଣ ର ବର୍ତ୍ତମାନ ର ସ୍ଥିତି ବିଷୟ ରେ ଡ ନାରାୟଣ ମହାପାତ୍ର ସମସ୍ତଙ୍କୁ ସୂଚନା ଦେଇଥିଲେ ଓ ଏହି ମହାନ କାର୍ଯ୍ୟକ୍ରମ ରେ ସମସ୍ତେ ସାହାଯ୍ଯ ଓ ସହଯୋଗ କରିବାକୁ ବିନମ୍ର ଅନୁରୋଧ କରିଥିଲେ,ମୁଖ୍ୟ ଟ୍ରଷ୍ଟୀ ଇଁ ରବିନାରାୟଣ ମହାପାତ୍ର ଓ ଉପ ସଭାପତି ଶ୍ରୀମତୀ କନକ ଲତା ମହାପାତ୍ର ମଧ୍ଯ ସମସ୍ତଙ୍କର ସହଯୋଗ କାମନା କରିଥିଲେ,ଆଗାମୀ ହରିଦ୍ଵାର ଯାତ୍ରା ଓ ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର କାର୍ଯ୍ୟକ୍ରମ ବିଷୟ ରେ ସମସ୍ତଙ୍କୁ ସୂଚନା ଦିଆ ଯାଇ ଥିଲା ଯେଉଁମାନେ ଯିବାକୁ ଚାହୁଁଛନ୍ତି ଡ ନାରାୟଣ ମହାପାତ୍ର ଙ୍କୁ 9438731639 ରେ ଯୋଗା ଯୋଗ କରିବାକୁ ବିଶେଷ ଅନୁରୋଧ, ଏହି ଅବସରରେ କୋଷାଧ୍ଯକ୍ଷ ଗୌରୀ ଶଙ୍କର ପଟନାୟକ ସୁବଳ ବେହେରା, ବାସନ୍ତୀ ତ୍ରିପାଠୀ, ବିନୋଦ ବିହାରୀ ଦାସ ସୋମନାଥ ସାହୁ,କାର୍ଯ୍ୟ କାରୀ ସଭାପତି ନୃସିଂହ ନାଥ ନନ୍ଦ, ଅକ୍ଷୟ କୁମାର ସାହୁ ବଂଶୀଧର ନାୟକ ଶ୍ରୀନିବାସ ରାଓ ଅମିତାଭ ସାହୁ ଭାରତୀ ଭୂଷଣ ପଟନାୟକ, ବୁଲନ ଭାଇ ଓ ବହୁ ସଂଖ୍ୟାରେ ଶ୍ରୀଜଗନ୍ନାଥଙ୍କ ଭକ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ....

What's Your Reaction?

like

dislike

love

funny

angry

sad

wow