ପାକିସ୍ତାନ ରେ ଆତଙ୍କୀ ହମଲା,10 ଜଣ ମୃତ, 6 ଜଣ ଆହତ

Feb 5, 2024 - 12:04
 0  37
ପାକିସ୍ତାନ ରେ ଆତଙ୍କୀ ହମଲା,10 ଜଣ ମୃତ, 6 ଜଣ ଆହତ

ନିର୍ବାଚନର ତିନି ଦିନ ପୂର୍ବରୁ ପାକିସ୍ତାନର ଏକ ପୁଲିସ ଷ୍ଟେସନରେ ଆତଙ୍କୀ ହମଲା। ଏଥିରେ ୧୦ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆଜି ଡେରା ଇସମାଇଲ ଖାନ ସ୍ଥିତ ଚୋଡୱାନ ପୁଲିସ ଷ୍ଟେସନରେ ହମଲା କରିଛନ୍ତି ଆତଙ୍କବାଦୀ।

ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପାକିସ୍ତାନର ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆଜି ଭୋଅର ତିନିଟା ବେଳେ ଆତଙ୍କବାଦୀମାନେ ପୁଲିସ ଷ୍ଟେସନ ଉପରକୁ ଆକ୍ରମଣ କରିଥିଲେ। ପ୍ରଥମେ ଦୂରରୁ ଥାଇ ଆକ୍ରମଣ କରିବା ପରେ ପୁଲିସ ଷ୍ଟେସନକୁ ପ୍ରବେଶ କରିଥିଲେ। ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ୧୦ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

What's Your Reaction?

like

dislike

love

funny

angry

sad

wow