ନିର୍ବାଚନସରିବା ପୂର୍ବରୁ କୋର୍‌ କମିଟି ଘୋଷଣା କଲା ଭାଜପା, ଅପରାଜିତାଙ୍କୁ ମିଳିଲାନି ସ୍ଥାନ

Feb 15, 2024 - 21:52
 0  36
ନିର୍ବାଚନସରିବା ପୂର୍ବରୁ କୋର୍‌ କମିଟି ଘୋଷଣା କଲା ଭାଜପା, ଅପରାଜିତାଙ୍କୁ ମିଳିଲାନି ସ୍ଥାନ

ଭୁବନେଶ୍ୱର:- ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉସ୍ମତା ବୃଦ୍ଧି ପାଇଛି। ଏହି କ୍ରମରେ ରାଜ୍ୟ ଭାଜପା ଏହାର କୋର୍‌ କମିଟି ଏବଂ ନିର୍ବାଚନ କମିଟି ଘୋଷଣା କରିଛି। ଏଥିସହ ଶୃଙ୍ଖଳା କମିଟି, ଅର୍ଥ କମିଟି ଘୋଷଣା ହୋଇଛି। କୋର୍‌ କମିଟିରେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ରଙ୍କ ସହ ୧୮ ସଦସ୍ୟ ସ୍ଥାନ ପାଇଥିଲା ବେଳେ ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀ ଏଥର ମଧ୍ୟ ବାଦ୍ ପଡ଼ିଛନ୍ତି।

କୋର୍‌ କମିଟିରେ ୧୫ ସଦସ୍ୟ, ୩ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଧାନସଭା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେଭି ସିଂଦେଓ, ସମୀର ମହାନ୍ତି, ସୁରମା ପାଢ଼ୀ, ସମ୍ବିତ ପାତ୍ର, ମାନସ ମହାନ୍ତି ସଦସ୍ୟ ରହିଛନ୍ତି। ଏମାନଙ୍କ ବ୍ୟତୀତ ସୁନୀଲ ବଂଶଲ, ବିଜୟପାଲ୍‌ ସିଂ ତୋମାର, ଲତା ଉସେଣ୍ଡି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିଛନ୍ତି।

ସେହିପରି ନିର୍ବାଚନ କମିଟିରେ ୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ସମେତ ୧୫ ସଦସ୍ୟ ରହିଛନ୍ତି। ଏଥିରେ ରାଜ୍ୟ ସଭାପତି ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ର, ବୈଷ୍ଣବ, ଜୟନାରାୟଣ, ଜୁଏଲ, ବିଶ୍ୱେଶ୍ୱର, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କେଭି, ସମୀର, ସୁରମା, ସମ୍ବିତ ପାତ୍ର, ମାନସ ମହାନ୍ତି, ଐଶ୍ୱର୍ଯ୍ୟା ବିଶ୍ୱାଳ ନିର୍ବାଚନ କମିଟିରେ ଏକ୍ସ ଅଫିସିଓ ସଦସ୍ୟ ଭାବେ ସାମିଲ ହୋଇଛନ୍ତି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସୁନୀଲ ବଂଶଲ, ବିଜୟପାଲ୍‌ ସିଂ ତୋମାର, ଲତା ଉସେଣ୍ଡି।

ସେହିଭଳି ଅର୍ଥ କମିଟିରେ ବୈଜୟନ୍ତ, ଧର୍ମେନ୍ଦ୍ର, ବୈଷ୍ଣବ, ବିଶ୍ୱେଶ୍ୱର, ପୂର୍ଣ୍ଣ ମହାପାତ୍ର, ସୁଦର୍ଶନ ଗୋଏଲ, ଦିବାକର ହରିଚନ୍ଦନ, ବିନୋଦ ଦାଶ, ମୁରଲୀ ଶର୍ମା ଏବଂ ଡି. ମୁରଲୀ କ୍ରୀଷ୍ଣାଙ୍କ ସମେତ ମୋଟ ୧୦ ସଦସ୍ୟ ରହିଥିଲା ବେଳେ ଶୃଙ୍ଖଳା କମିଟିରେ ପ୍ରତାପ ଷଡ଼ଙ୍ଗୀ, ପର୍ଶୁରାମ ମାଝୀ, ନମିତାରାଣୀ ସାହୁ, ସୁଦୀପ୍ତ ରାୟ, ସୁଦର୍ଶନ ନାୟକ ରହିଛନ୍ତି।

What's Your Reaction?

like

dislike

love

funny

angry

sad

wow