ତତ୍ୱ ଟେକ୍ନୋଲୋଜି ପକ୍ଷରୁ ଉତ୍କର୍ଷର ୨୨ ବର୍ଷ ପୂର୍ତି ପାଳନ

Feb 7, 2024 - 10:18
 0  29
ତତ୍ୱ ଟେକ୍ନୋଲୋଜି ପକ୍ଷରୁ ଉତ୍କର୍ଷର ୨୨ ବର୍ଷ ପୂର୍ତି ପାଳନ

ଭୁବନେଶ୍ୱର: ଆଇଟି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନି ‘ତତ୍ୱ ଟେକ୍ନୋଲୋଜିସ୍ ଲିମିଟେଡ୍‌\'ର ୨୨ତମ ପ୍ରତିଷ୍ଠା ଦିବସ ଫେବ୍ରୁଆରି ୪ ତାରିଖରେ ଏହାର ସମସ୍ତ ଡେଲିଭରି ସେଂଟରରେ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରର ତତ୍ୱର କର୍ପୋରେଟ କ୍ୟାମ୍ପସରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଶ୍ୱର ହଜାର ହଜାର କର୍ମଚାରୀ ଓ ସହଯୋଗୀଙ୍କ ବ୍ୟତୀତ ୭୦୦ରୁ ଅଧିକ ଅତିଥି ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଏହି ଅବସରରେ ତତ୍ୱ ୨.୦ କୁ ଉନ୍ମୋଚନ କରାଯାଇଛି ଯାହା ଆଗାମୀ ଦଶନ୍ଧିରେ କମ୍ପାନିକୁ ଏକ ବିଲିୟନ ଡଲାର ସଂସ୍ଥାରେ ପରିଣତ କରିବା ପାଇଁ ଏକ ରୋଡମ୍ୟାପ୍ । ତତ୍ୱ ଏହାର ଦକ୍ଷତାର ଲାଭ ଉଠାଇବା ପାଇଁ ଯୋଜନା କରିଛି । କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ସାଇବର ସିକ୍ୟୁରିଟି ଭଳି କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି ଉପରେ କଂପାନି ଗୁରୁତ୍ୱ ଦେବ । କମ୍ପାନୀ ଏହାର ଅନ୍ତର୍ଜାତୀୟ ଉପସ୍ଥିତିକୁ ଆହୁରି ବିସ୍ତାର କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବ ।

କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଡା. ସୁଜିତ କୁମାର ମୁଖ୍ୟ ଅତିଥି ଏବଂ ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ଏନଏସ ପାର୍ଥସାରଥୀ ଏବଂ ନେଟୱାର୍କଗେନ୍ କନସଲଟିଙ୍ଗର ମ୍ୟାନେଜିଂ ପାର୍ଟନର କୌଶିକ ରମାନି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । 

ରାଜ୍ୟସଭା ସାଂସଦ, ଶ୍ରୀ ସୁଜିତ କୁମାର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗତ ୨୨ ବର୍ଷ ମଧ୍ୟରେ ଦୀର୍ଘ ପଥ ଅତିକ୍ରମ କରିଥିବାରୁ ତତ୍ୱକୁ ପ୍ରଶଂସା କରିଥିଲେ । ଏକ ୧୦୦ କୋଟି ଡଲାର ବିଶିଷ୍ଟ ସଂସ୍ଥାରେ ପରିଣତ ହେବା ନେଇ ତତ୍ୱର ମହତ୍ୱାକାଂକ୍ଷା ଉପରେ ସେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ । ରାଜ୍ୟରେ ଉଦ୍ୟୋଗଗୁଡିକ ଉପରେ ଏକ ଦୃଷ୍ଟିକୋଣ ପ୍ରଦାନ କରି ଶ୍ରୀ କୁମାର କହିଥିଲେ, ‘ ଉଦ୍ୟୋଗୀମାନେ ଦେଶ ପାଇଁ ସମ୍ପତି ସୃଷ୍ଟି କରିଥାନ୍ତି । କିନ୍ତୁ ଏକ ସମୟ ଥିଲା ଯେତେବେଳେ ରାଜ୍ୟରେ ଉଦ୍ୟୋଗିକତାକୁ ପ୍ରୋତ୍ସାହିତ କରାଯାଉନଥିଲା । ତେବ ଉଭୟ ରାଜ୍ୟ ଓ କେନ୍ଦ୍ରରୁ ସରକାରଙ୍କ ହସ୍ତକ୍ଷେପ କାରଣରୁ ଗତ ଦଶନ୍ଧି ମଧ୍ୟରେ ଉଦ୍ୟୋଗୀମାନଙ୍କ ପାଇଁ ସାମାଜିକ ଗ୍ରହଣୀୟତା ବହୁଗୁଣ ବୃଦ୍ଧି ପାଇଛି ।’

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ,ଶ୍ରୀଯୁକ୍ତ ଏନ୍‌ଏସ୍ ପାର୍ଥସାରଥୀ ସଂଗଠନ ନିର୍ମାଣ କ୍ଷେତ୍ରରେ ଶାରୀରିକ, ଡିଜିଟାଲ, ବୌଦ୍ଧିକ ଓ ଭାବନାତ୍ମକ ଭିତିଭୂମିର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ତତ୍ୱକୁ ଏହାର ପ୍ରୟାସଗୁଡିକରେ ଶୁଭେଚ୍ଛା ଜଣାଇ ସେ କହିଥିଲେ, ‘ତତ୍ୱ ସମ୍ମୁଖରେ ଏକ ସୁଯୋଗ ରହିଛି ଯାହା ଆମ ସମସ୍ତଙ୍କୁ ଦୃଶ୍ୟମାନ ହେଉଛି । ଏହାର ମୂଳଦୁଆ ସ୍ଥାପନ ହୋଇସାରିଛି । ଧ୍ୟାନ, କଠିନ ପରିଶ୍ରମ, ପ୍ରତିବଦ୍ଧତା ଓ ଉଚ୍ଚାଭିଳାଷ ସହିତ ‘ତତ୍ୱ ୨.୦’ ନାମକ ଏକ ନୂଆ ଯାତ୍ରା ଆରମ୍ଭ କରିବା ପାଇଁ ତତ୍ୱ ପ୍ରସ୍ତୁତ ହୋଇଛି ।’

ଏହି ଅବସରରେ ତତ୍ୱ ଟେକ୍ନୋଲୋଜି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆୟାସକାନ୍ତ ମହାନ୍ତି ଗ୍ରାହକଙ୍କ ସଫଳତା ପାଇଁ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିବା ସହ କୌଣସି ସଫଳ ଅନୁଷ୍ଠାନର ମୂଳଦୁଆ ବିଶ୍ୱାସ ଉପରେ ଆଲୋକପାତ କରିଥିଲେ । ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେତେବେଳେ କର୍ମଚାରୀମାନେ ନିଜ ଲିଡର ଓ ସହକର୍ମୀଙ୍କ ଉପରେ ବିଶ୍ୱାସ କରନ୍ତି, ସେମାନେ ନିୟୋଜିତ, ଉତ୍ପାଦନଶୀଳ ଏବଂ ଅଭିନବ ହେବାର ସମ୍ଭାବନା ଅଧିକ ହୋଇଥାଏ ।

ସହ ପ୍ରତିଷ୍ଠାତା ତଥା ସିଇଓ ତପେନ୍ଦ୍ର ସେନାପତି କହିଛନ୍ତି ଯେ ନବସୃଜନ ତତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏକ ଶୃଙ୍ଖଳିତ ପ୍ରକ୍ରିୟା ଅଛି ଯାହା ଅଭିନବତାକୁ ପ୍ରୋତ୍ସାହିତ କରୁଛି ଏବଂ ସମ୍ବଳକୁ ସର୍ବଦା ନୂତନ ଚିନ୍ତାଧାରା ଏବଂ ଧାରଣା ଆଣିବା ପାଇଁ ଉତ୍ସାହିତ କରାଯାଉଛି । ବାସ୍ତବରେ ୨୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ତତ୍ୱ ଏବେ ଡିଜିଟାଲ୍ ଟେକ୍ନୋଲୋଜିର ଭବିଷ୍ୟତରେ ପାଦ ଥାପିବାକୁ ଯାଉଛି ।

ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ (ଟେକ୍ନୋଲୋଜି) ସ୍ମୃତି ନାୟକ, ନିର୍ଦ୍ଦେଶକ (ଅପରେସନ୍ସ) ଡେଭିଡ ସାହୁ, ଉପସଭାପତି (ଏଚଆର ଏଲ ଆଣ୍ଡ ଡି) ବିକ୍ରମ ଦାଶ ଉପସ୍ଥିତ ଥିଲେ ।

୨୦୦୨ ମସିହାରୁ ଲୋକମାନଙ୍କୁ ବୈଷୟିକ ଜ୍ଞାନକୌଶଳ ର ନିକଟତର କରିବାରେ ତତ୍ୱର ନିରବଚ୍ଛିନ୍ନ ପ୍ରୟାସ ଏକ ୩ ଜଣିଆ ଦଳକୁ ୩୦୦୦ରୁ ଅଧିକ ଡିଜିଟାଲ ଦକ୍ଷ ପେସାଦାରଙ୍କ ଏକ ଦୃଢ଼ ଶକ୍ତିରେ ପରିଣତ କରିଛି । ଭାରତୀୟ ବଜାର (ଭୁବନେଶ୍ୱର, କୋଲକାତା, ଗୌହାଟୀ, ହାଇଦ୍ରାବାଦ, ଥାନେ ଏବଂ ନୋଏଡାରେ କାର୍ଯ୍ୟକ୍ଷମ କେନ୍ଦ୍ର) ରେ ଏକ ଦୃଢ଼ ପାଦ ଥାପିଥିବା ତତ୍ୱ ଆମେରିକା, ୟୁଏଇ, ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାର ବଜାରକୁ ପୂରଣ କରିବା ପାଇଁ ବିଦେଶରେ ମଧ୍ୟ ନିଜକୁ ବିସ୍ତାର କରିଛି ।

What's Your Reaction?

like

dislike

love

funny

angry

sad

wow