ଏଏସିସିଆଇର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ

Feb 12, 2024 - 19:13
 0  41
ଏଏସିସିଆଇର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ବର: ଏସିଆନ୍ ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପ୍ଟରର ଆନ୍ତର୍ଜାତୀୟ

ବ୍ୟବସାୟିକ ସମ୍ମିଳନୀ ଏବଂ ଏକ୍ସପୋ ଭୁବନେଶ୍ବରସ୍ଥିତ ମେ ଫେୟାର ଲାଗୁନ୍ ବାଟିକା ଠାରେ ଆରମ୍ଭ

ହୋଇଯାଇଛି। ଇଥୁଓପିଆର ଆମ୍ବାସାଡାର ଦେମେକେ ଆନାଫୁ ଆମ୍ବୁଲୋ ଏହି ସମ୍ମିଳନୀରେ ମୁଖ୍ୟ ଅତିଥ

ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏଥିରେ ଅମର ପଟ୍ଟନାୟକ ବିଶେଷ ସମ୍ମାନୀୟ ଅତିଥ

ଭାବେ ଯୋଗଦାନ କରିଥିବା ସହ ଏମ୍ସ୍ଏମ୍ଇର ଯୁଗ୍ମ ନିର୍ଦ୍ଦେଶକ ପବନ କୁମାର ଗୁପ୍ତା ସମ୍ମାନୀୟ ଅତିଥ

ଭାବେ ଯୋଗ ଦେଇଥିଲେ । କେନିଆର ବୋର୍ଡ ଅଫ୍ ଚେୟାରମ୍ୟାନ୍ ଜେମ୍‌ସ ମ୍ୟୁଚ୍ୟୁ ସମ୍ମାନନୀୟ ଅତିଥ୍ ଏବଂ

ବକ୍ତା ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଏସିସିଆଇ ଓଡିଶାର ସଭାପତି ଡଃ ଲିତା ମହାପାତ୍ର,

ଏଏସିସିଆଇ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜି ଡି ସିଂ, ଓଡିଶା ସରକାରଙ୍କ ଇଣ୍ଡଷ୍ଟ୍ରି ବିଭାଗର ପ୍ରମୁଖ ସଚ୍ଚିବ ଆଇଏଏସ୍

ହେମନ୍ତ ଶର୍ମା, ଷ୍ଟାଟ୍ ଅପ୍ ଓଡିଶାର କାର୍ଯ୍ୟନିର୍ବାହୀ ଅଧକ୍ଷ ଓମ୍‌କାର ରାଏ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀ

ଆସନ୍ତା ତିନି ଦିନ ଧରି ଚାଲୁ ରହିବ।

What's Your Reaction?

like

dislike

love

funny

angry

sad

wow