ଭୁବନେଶ୍ୱରର ନୂଆ କମିଶନର ଏବେ ପରିବା ବିକାଳି ରୁ IAS

Mar 3, 2024 - 10:41
 0  42
ଭୁବନେଶ୍ୱରର ନୂଆ କମିଶନର ଏବେ ପରିବା ବିକାଳି ରୁ IAS

ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ। ବିଏମସି କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ ବହୁ ଜିଲାର ଜିଲ୍ଲାପାଳ ଭାବେ କାମ କରି ଆସିଛନ୍ତି। ଏଥିସହ ସେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥୋରଟିର ସିଇଓ ଭାବେ ମଧ୍ୟ କାର୍ଯ୍ୟଭାର ସମ୍ଭାଳିଛନ୍ତି। କୁହାଯାଏ ସଫଳତା ସହଜରେ ଆସେନି ଏଥିପାଇଁ କଠିନରୁ କଠିନ କରିଶ୍ରମ କରିବାକୁ ପଡେ। ଯାହା ଦେଖିବାକୁ ମିଳିଥିଲା ପାଟିଲଙ୍କ ଭାଗ୍ୟରେ । ଆଇଏଏସ ପାଟିଲ୍‌ଙ୍କ ଜୀବନ ବହୁ ସଂଘର୍ଷ ଭିତରେ ଗତି କରିଛି। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେଆଇଏଏସ ପାଟିଲ୍‌ ପଢିବା ପାଇଁ ପିଲାବେଳୁ ବହୁ କଷ୍ଟ କରିଛନ୍ତି। ଟଙ୍କା ଅଭାବରୁ ଅନ୍ୟମାନଙ୍କ ପରି ସେ କେବେ ପାଠପଢା ଛାଡି ନ ଥିଲେ। ଅତି କମ୍‌ ବୟସରୁ ନିଜ ପଢାଖର୍ଚ୍ଚ ଉଠାଇବା ପାଇଁ ଘରଘର ବୁଲି ପାଉଁରୁଟି ଓ ପରିବା ବିକ୍ରି କରୁଥିଲେ। ମହାରାଷ୍ଟ୍ରର ଖଣ୍ଡେଶ କ୍ଷେତ୍ର ସ୍ଥିତ ଏକ ଛୋଟ ଗାଁ ଜଲଗାଁରେ ଏକ ଗରିବ ପରିବାରରେ ରାଜେଶ ପାଟିଲ୍‌ ଜନ୍ମ ହୋଇଥିଲେ। ତାଙ୍କର ବାପାଙ୍କ ପାଖରେ ଖୁବ୍‌ କମ୍‌ ଜମି ଥିଲା ଯାହା ପରିବାରର ପେଟ ପୋଷିବା ପାଇଁ ସକ୍ଷମ ନ ଥିଲା। ପରିବାର ଚଳାଇବା ପାଇଁ ରାଜେଶଙ୍କ ମାଆ-ବାପା ଶ୍ରମିକ କାମ କରୁଥିଲେ। ବାପା-ମାଆଙ୍କ ଏପରି ସଂଘର୍ଷ ଦେଖି ରାଜେଶ ପିଲାଟି ବେଳରୁ ହିଁ ପାଠପଢା ସହ ସେମାନଙ୍କୁ ସାହାଯ୍ୟ କରୁଥିଲେ।ରାଜେଶ ପାଠପଢାରେ ଏତେ ଭଲ ଛାତ୍ର ନ ଥିଲେ। କିନ୍ତୁ କିଛି କରି ଦେଖେଇବାର ଝୁଙ୍କକୁ ଟଙ୍କାର ଅଭାବ ଫରକ୍‌ ପକାଇ ପାରି ନ ଥିଲା। ୧୦ମ ପରି +୨ରେ ମଧ୍ୟ ସେ ଭଲ ନମ୍ବର ରଖିଥିଲେ। ହେଲେ ଟଙ୍କା ଅଭାବରୁ ତାଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସିଟ୍‌ ମିଳି ନ ଥିଲା। ପରେ ଯୁକ୍ତ ତିନି ପଢିବା ପାଇଁ କଲେଜରେ ଆଡମିଶନ ତ କରିଦେଲେ ହେଲେ ଫି ଭରିବା ପାଇଁ ତାଙ୍କ ନିକଟରେ ଟଙ୍କାଟିଏ ବି ନ ଥିଲା। ଏଥିପାଇଁ ପଢାଖର୍ଚ୍ଚ ଉଠାଇବା ପାଇଁ କ୍ଷେତରେ ଚାଷ କରିଥିଲେ। ଦିନଯାକ କ୍ଷେତରେ ପରଶ୍ରମ କରି ମଧ୍ୟ ସଂଧ୍ୟାରେ ଆସି ସେ ପାଠ ପଢୁଥିଲେ। ତାଙ୍କ ପରିଶ୍ରମର ମୂଲ୍ୟ ସେତେବେଳେ ମିଳିଥିଲା ଯେତେବେଳେ ସେ ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସେସ୍‌ରେ ଚାକିରି ପାଇଥିଲେ। ପିଲାଟି ବେଳେୁ ତାଙ୍କର ଆଇଏଏସ ହେବାର ନିଶା ଥିଲା। ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସେସରେ ଚାକିରି କରି ମଧ୍ୟ ସେ ଆଇଏଏସ ପାଇଁ ପ୍ରସ୍ତୁତି କରିଥିଲେ। ପରେ ସେ ଆଇଏଏସ ମଧ୍ୟ ହୋଇଥିଲେ।ପିଲାବେଳେ ରାଜେଶ ନିଜ ମାଆଙ୍କୁ ‘କଲେକ୍ଟରର ମାଆ’ କହି ସମ୍ବୋଧନ କରୁଥିଲେ। ତାଙ୍କର ପିଲାଟିବେଳୁ ବିଶ୍ୱାସ ଥିଲା ଦିନେ ନା ଦିନେ ସେ ନିଜ ସ୍ବପ୍ନ ସାକାର କରିବେ। ଆଉ ଯେଉଁଦିନ ସେ କଲେକ୍ଟର ହୋଇଯାଇଥିଲେ, ଘରକୁ ଆସି ମା’ ମୁଁ କଲେକ୍ଟର ହେଲି ବୋଲି ଚିଲ୍ଲାଇ ଚିଲ୍ଲାଇ ପାଟି କରିଥିଲେ।

ଆଇଏଏସ ଟ୍ରେନିଂ ପୁରା ହେବା ପରେ ୨୦୦୬ରେ ସେ ଓଡିଶା କ୍ୟାଡର ଭାବେ ଆଠଗଡ, କୋରାପୁଟର ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ପାଇଥିଲେ। ୨୦୦୮ରେ ମହାନଦୀରେ ବଡ ବନ୍ୟା ଆସିଥିଲା। ଯେଉଁଥିରେ ସେ ବନ୍ୟା ବିପନ୍ନ ଲୋକଙ୍କୁ ରେସ୍କ୍ୟୁ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୨୦୦୯ରେ ସେ କୋରାପୁଟ, କନ୍ଧମାଳ ଓ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିଲେ। ସେ ୮ବର୍ଷ ଧରି ଜିଲ୍ଲାପାଳ ପଦବୀରେ ଥିଲେ। ମୟୂରଭଞ୍ଜରେ ଜିଲ୍ଲାପାଳ ଥିବା ସମୟରେ ଜିଲାକୁ ପ୍ରଥମ ଶିଶୁ ଶ୍ରମିକ ମୁକ୍ତ ଜିଲା ଭାବେ ଘୋଷଣା କରିଥିଲେ। ତାଙ୍କୁ ମନରେଗା, ସୋଲାର ଶକ୍ତିରେ ପାନୀୟ ସେବା ଆରମ୍ଭ କରି ତିନି ଥର ଏକ୍ସେଲେନ୍ସ ଆଓ୍ବାର୍ଡରେ ସମ୍ମାନୀତ ହୋଇଥିଲେ। ତାଙ୍କୁ ପୁସ୍ତକ ‘ମା’ ମୁଁ କଲେକ୍ଟର ହେଲି’ ଆଜି ବି ଲୋକଙ୍କ ପସନ୍ଦର ବହି ମଧ୍ୟରୁ ଅନ୍ୟତମ।

What's Your Reaction?

like

dislike

love

funny

angry

sad

wow