ଆତ୍ମାରାମ ସାହିରେ ପରିଚୟ ଗୃହ ଉଦ୍‌ଘାଟିତ

Feb 23, 2024 - 09:43
 0  35
ଆତ୍ମାରାମ ସାହିରେ ପରିଚୟ ଗୃହ ଉଦ୍‌ଘାଟିତ
ଆତ୍ମାରାମ ସାହିରେ ପରିଚୟ ଗୃହ ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ଆତ୍ମାରାମ ସାହିରେ ପରିଚୟ ଗୃହ ଉଦ୍‌ଘାଟନ ଉତ୍ସବ ଓ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ପ୍ରସନ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ପରିଚୟ ଗୃହର ଶୁଭ ଉଦ୍‌ଘାଟନ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ପାଇଁ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ ଯୋଜନା କରିବା ସହିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ଜାଗା ମିଶନ ଜରିଆରେ ସମସ୍ତଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଦେବା ସହିତ ପାଣି, ବିଜୁଳି ଓ ରାସ୍ତାଘାଟ ଉନ୍ନତି କରଣ କରି ବସ୍ତି ଗୁଡିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରିଛନ୍ତି । ଆଗାମୀ ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଷ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବା ବୋଲି ବିଧାୟକ ଶ୍ରୀ ରାଉତ କହିଥିଲେ ।

ସମ୍ମାନିତ ଅତିଥି ଭାବେ କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ କହିଥିଲେ ମାନ୍ୟବର ବିଧାୟକଙ୍କ ପାଇଁ ଉତ୍ତର ଭୁବନେଶ୍ୱରେ ବହୁ ମାତ୍ରାରେ ବିକାଶ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଆମ୍ଭମାନଙ୍କୁ ଦେଇଛନ୍ତି । ଏବେ ଆମ୍ଭମାନଙ୍କୁ ଦେବାର ସମୟ ଆସିଛି । ତେଣୁ ଆଗାମୀ ନିର୍ବାଚନରେ ଆମ୍ଭମାନେ ଯୋଡି ଶଙ୍ଖରେ ବହୁ ସଂଖ୍ୟାରେ ଭୋଟ ଦେଇ ଷ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସହିତ ବିଧାୟକଙ୍କୁ ପୁଣି ଥରେ ନିର୍ବାଚିତ କରିବା ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡେପୁଟି କମିଶନର ପ୍ରିୟଦର୍ଶନୀ ଜେନା, ୱାର୍ଡ ଅଧିକାରୀ ରବିନାରାୟଣ ମିଶ୍ର, ସାମ୍ବାଦିକ ସୁକାନ୍ତ ରାଉତ, ସତ୍ୟଜିତ ରାଉତ, ସାହି ସଭାପତି ଶଙ୍କର୍ଷଣ ବାରିକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରିଥିଲେ । ଏହି ଅବସରରେ ସାହିର ମୁରବି, ଏସଏଚଜି ମହିଳା, ଯୁବକ ମାନଙ୍କୁ ସମ୍ମାନୀତ କରାଯିବା ସହିତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସମ୍ପାଦକ ରମେଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow