ଆଗାମୀ ନିର୍ବାଚନ ପାଇଁ ପ୍ରିୟଦର୍ଶୀ ମିଶ୍ର ଙ୍କୁ ବିପୁଳ ଆଶୀର୍ବାଦ

Feb 20, 2024 - 15:38
 0  34
ଆଗାମୀ ନିର୍ବାଚନ ପାଇଁ ପ୍ରିୟଦର୍ଶୀ ମିଶ୍ର ଙ୍କୁ ବିପୁଳ ଆଶୀର୍ବାଦ
ଆଗାମୀ ନିର୍ବାଚନ ପାଇଁ ପ୍ରିୟଦର୍ଶୀ ମିଶ୍ର ଙ୍କୁ ବିପୁଳ ଆଶୀର୍ବାଦ

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବରି ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଚନ୍ଦ୍ରଶେଖପୁର ସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟରର ଏକ ଘରୋଇ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡ ଓ ପଞ୍ଚାୟତର ବରିଷ୍ଠ ନାଗରିକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରି ଆଗାମୀ ନିର୍ବାଚନ ପାଇଁ ପ୍ରିୟଦର୍ଶୀ ମିଶ୍ରଙ୍କୁ ଅଶୀର୍ବାଦ ପ୍ରଦାନ କରିଥିଲେ ।

ବରିଷ୍ଠ ନାଗରିକମାନେ ନିଜ ନିଜର ମତ ରଖି କହିଥିଲେ ପ୍ରିୟ ସମସ୍ତଙ୍କର ପ୍ରିୟ ଅଟନ୍ତି । ବିଧାୟକ ଥିବା ସମୟରେ ଯେମିତି ଲୋକମାନଙ୍କ ସୁଖରେ ଦୁଃଖରେ ଭଗୀଦାର ହୋଇ ସମସ୍ତଙ୍କ କଥା ବୁଝୁଥିଲେ । ବିଧାୟକ ନଥାଇ ମଧ୍ୟ ସେ ଲୋକମାନଙ୍କ ପାଖରେ ସୁବିଧା ଅସୁବିଧାରେ ଠିଆ ହୋଇଆସୁଛନ୍ତି । ବାସ୍ତବରେ ସେ ଜଣେ ଦରଦୀ ନେତା ଓ ଲୋକସେବକ । ତାଙ୍କ ସମୟରେ ଉତ୍ତର ବିଜେଡି ସଙ୍ଗଠନ ଦୃଢିଭୂତ ହୋଇଛି । ଯେଉଁଥି ପାଇଁ ଆଜିବି ଉତ୍ତର ନିର୍ବାଚନ ମଣ୍ଡଳୀର ଜନସାଧାରଣ ସାମାନ୍ୟ ଟିକିଏ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତ ଚାହୁଁଛନ୍ତି । ପ୍ରଭୂ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ ସେ ପୁଣିଥରେ ଉତ୍ତର ବିଧାୟକ ହୁଅନ୍ତୁ ।

ଦରକାର ପଡିଲେ ଆମ୍ଭେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଗୁହାରି କରିବୁ ବୋଲି ବରି ନାଗରିକମାନେ କହିଥିଲେ । ବରିଷ୍ଠ ନାଗରିକ ସୁରେଶ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ସମସ୍ତ ବରି ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେ କହିଥିଲେ ରାଜ୍ୟ ଓ ରାଷ୍ଟ୍ର ଗଠନରେ ବରିଷ୍ଟ ନାଗରିକ ମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସରକାରଙ୍କୁ ସେମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ କରୁଛନ୍ତି । ମୋତେ ଯିଏ ଯେତେବେଳେ ମନେ ପକାଇଛି ମୁଁ ସେମାନଙ୍କ ପାଖରେ ଠିଆ ହୋଇଛି । ସେମାନଙ୍କର ସ୍ନେହ, ମମତାରେ ମୁଁ ବାନ୍ଧି ହୋଇ ରହିଛି ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ କୁନାଲ ରାଉତ, କଳାରାହାଙ୍ଗ ଗ୍ରାମର ବରି ମୁରବି ହରିହର ମହାଭୋଇ, ବରି ନାଗରିକ ଶିବ ପ୍ରସାଦ ମିଶ୍ର, ଦାକ୍ତର ରବିନ୍ଦ୍ର ପାଢୀ, ଯୁବନେତା ଆଲୋକ ପାଣିଗ୍ରାହୀ, ନାରୀନେତ୍ରୀ ରଶ୍ମିରେଖା ଜେନା, ବାସନ୍ତି ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଡଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନର ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow